କୁଚିଣ୍ଡା: କୁଚିଣ୍ଡା ଏନ୍ଏସି ଓ୍ବାର୍ଡ ନଂ ୧ ମହୁଲଡିହି ଗ୍ରାମର ସୂର୍ଯ୍ୟା ମିଞ୍ଜ (୬୦ ବର୍ଷ) ସାପ କାମୁଡାରେ ମୃତ୍ୟୁ ହୋଇଛି। ଗୁରୁବାର ସୂର୍ଯ୍ୟା ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ସାପ କାମୁଡି ଦେଇଥିଲା। ସେ ଅସୁସ୍ଥ ହେବା ପରେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ କୁଚିଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।