ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ଶୀତଲହରୀ ସାଙ୍ଗକୁ ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ବିଶେଷ କରି ଘୁ.ଉଦୟଗିରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରହୁଥିବା ବେଳେ ଗଲା ତିନି ଦିନ ଧରି କ୍ରମାଗତ ତୁଷାରପାତ ଲାଗି ରହିଛି। ଶୀତପ୍ରବାହ ଓ ଥଣ୍ଡାର ପ୍ରକୋପ ଯୋଗୁଁ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଲଗାତାର ତୁଷାରପାତ ହେବା ଫଳରେ ଲୋକେ ପ୍ରଭାବିତ ହେଉଥିବା ଖବର ମିଳିଛି। ବିଗତ ବର୍ଷମାନଙ୍କ ତୁଳନାରେ ଏ ବର୍ଷ ତୁଷାରପାତ ଅଧିକ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏପଟେ ତାପମାତ୍ରା ୩.୫ ଡିଗ୍ରୀ ସେଲ୍ସିୟସ୍ ତଳକୁ ଖସିବା ଫଳରେ ଗରିବଗୁରୁବା ଅଧିକା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁଷାରପାତ ଦେଖିବା ପାଇଁ ସକାଳୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଥିବା ବେଳେ ବାହାର ପର୍ଯ୍ୟଟକ ମାନେ ମଧ୍ୟ ଘୁ.ଉଦୟଗିରି ଅଞ୍ଚଳରେ ଭିଡ଼ ଜମାଉଥିବା ଓ ତୁଷାରପାତ ଉପଭୋଗ କରୁଥିବା ଦେଖାଯାଇଛି।
ଥୁଆମୂଳ ରାମପୁରରେ ବରଫପାତ, ପାରଦ ୨ ଡିଗ୍ରିକୁ ଖସିଲା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ପୁଣି ଶୀତ ଲେଉଟିଛି। ପାରଦ ପୁଣି ୨ଡିଗ୍ରି ସେଲସିଅସକୁ ଖସିଛି। ଅଞ୍ଚଳର ବହୁ ସ୍ଥାନରେ ବରଫପାତ ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିବାସୀମାନେ ଏବେ ପ୍ରବଳ ଶୀତରେ ବେହାଲ ହୋଇପଡ଼ିଛନ୍ତି। ଏହି ଅଞ୍ଚଳର ପାର୍ବତ୍ୟାଞ୍ଚଳରେ ବରଫ ପାତ ହେଉଛି। ସନ୍ଧ୍ୟା ୫ଟାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/pp4.jpg)