ଫୁଲବାଣୀ/ଘୁ.ଉଦୟଗିରି/ଚକାପାଦ : ଲେଉଟାଣି ଶୀତରେ କନ୍ଧମାଳବାସୀ ବ୍ୟତିବ୍ୟସ୍ତ। ଏ ବର୍ଷ ମାଘ ମାସ ଶେଷ ବେଳକୁ ବାଘୁଆ ଜାଡ଼ ସାଧାରଣ ଲୋକଙ୍କ ହାଡ଼ ଥରାଇ ଦେଉଛି। ଲଗାତାର ଦୁଇ ଦିନ ଧରି କନ୍ଧମାଳ ଜିଲ୍ଲାରେ ପାରଦ ୩ ଡିଗ୍ରିକୁ ଖସିଯିବାରୁ ଅନେକ ସ୍ଥାନରେ ତୁଷାରପାତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଫୁଲବାଣୀ ସହର ଉପକଣ୍ଠ ଗୁମାଗଡ଼, ଘୁ.ଉଦୟଗିରିର କେତେକ ସ୍ଥାନରେ ତୁଷାର ପଡ଼ିଥିବା ସୂଚନା ମିଳିଛି।

Advertisment

publive-image

ଶନିବାର ଦିନ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ରହିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରି ରହିଛି। କନ୍ଧମାଳ ଜିଲ୍ଲାର ସବୁଠି ଶୀତର ଲହରୀ ଜାରି ରହିଛି। ଶୀତ ସାଙ୍ଗକୁ ଥଣ୍ଡା ପବନ ସହ୍ୟ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟଦାୟକ ହୋଇ ପଡ଼ିଛି। ଅନ୍ୟପଟେ ଘନକୁହୁଡ଼ି ଚାଦର ତଳେ ସମଗ୍ର ଜିଲ୍ଲା ଘୋଡ଼େଇ ହୋଇ ରହୁଛି। ଜିଲ୍ଲାର ଘୁ.ଉଦୟଗିରି ସମେତ ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା, ମଣ୍ଡାସରୁ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।