ଚାନ୍ଦବାଲି : ଭୁବନେଶ୍ବର ‘ସମ୍ବାଦ’ ପ୍ରସାରଣ ବିଭାଗର ବରିଷ୍ଠ ପରିଚାଳକ ସନ୍ତୋଷ ପାଣିଙ୍କ ବାପା ବିଷ୍ଣୁମୋହନ ପାଣିଙ୍କର ଗୁରୁବାର ସକାଳ ୮ଟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଡ଼ବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୮ ପୁଅ, ବୋହୂ, ଝିଅଜ୍ବାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଜଣେ ମିଷ୍ଟଭାଷୀ, ସରଳ, ମେଳାପି ଓ ପରୋପକାରୀ ବ୍ୟକ୍ତି ଭାବେ ସେ ଚାନ୍ଦବାଲି ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବାବେଳେ ବଡ଼ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାଣିଙ୍କ ପରଲୋକରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ, ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ମାନବ ସମ୍ବଳ ବିଭାଗର ଉପମହାପ୍ରବନ୍ଧକ ବୈଜୟନ୍ତୀ କରଙ୍କ ସମେତ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସମାଜସେବୀ ବିଷ୍ଣୁମୋହନ ପାଣିଙ୍କ ବିୟୋଗ
/sambad/media/post_attachments/wp-content/uploads/2020/10/bishnumohan-pani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)