ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପୂର୍ବତନ ଯୁଗ୍ମ ସଚିବ ତଥା ଓଡ଼ିଶା ସଚିବାଳୟ ସେବାସଙ୍ଘର ପୂର୍ବତନ ସଭାପତି, ବୁଦ୍ଧେଶ୍ୱରୀ କଲୋନି ଓ୍ଵଲଫେୟାର କମିଟି ସଭାପତି, ସମାଜସେବୀ ଗୋପୀନାଥ ନନ୍ଦଙ୍କର ଆଜି ପୂର୍ବାହ୍ଣ ସାଢ଼େ ଏଗାରଟାରେ ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ସେଣ୍ଟ୍ରାଲ ବ୍ୟାଙ୍କ ଅଫିସର ସଂଘର ସଂପାଦକ ଦାମୋଦର ନନ୍ଦ, ସାନପୁଅ ଟ୍ରାଭେଲ୍ ଏଜେଣ୍ଟ ପଦ୍ମନାଭ ନନ୍ଦ, ଦୁଇ ପୁତ୍ରବଧୂ, ନାତିନାତୁଣୀ ଓ ସଂପର୍କୀୟମାନେ ଉପସ୍ଥିତ ଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବୁଦ୍ଧେଶ୍ୱରୀ କଲୋନୀସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତଃ ନନ୍ଦଙ୍କ ଶେଷ ଦର୍ଶନ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ପୂର୍ବତନ ଯୁଗ୍ମ ସଚିବ, ସମାଜସେବୀ ଗୋପୀନାଥ ନନ୍ଦଙ୍କ ପରଲୋକ
/sambad/media/post_attachments/wp-content/uploads/2018/02/Gopinath-Nanda.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)