ସମାଜସେବୀ ଚାରୁଲତା ମହାପାତ୍ରଙ୍କ ପରଲୋକ

କଟକ : ସମାଜସେବୀ, ଧର୍ମପ୍ରାଣା ମହିଳା ଚାରୁଲତା ମହାପାତ୍ରଙ୍କର ୭୮ ବର୍ଷରେ ରାୟପୁରସ୍ଥିତ ଏକ ହସ୍ପିଟାଲରେ ଆଜି ଅପରାହ୍ନରେ ପରଲୋକ ଘଟିଛି। ଗତ ୧୪ ତାରିଖରେ ଘରେ ପଡି ଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଅସୁସ୍ଥ ଅବସ୍ଥାରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ମୃତ୍ୟୁ ଘଟିଛି। ତୁଳସୀପୁର, ମଧୁସୂଦନ ନଗରସ୍ଥିତ ତାଙ୍କ ବାସଭବନକୁ ଆଜି ରାତିରେ ତାଙ୍କ ମରଶରୀରକୁ ଅଣାଯିବା ସହିତ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯାଇଛି। ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଶ୍ୟାମସୁନ୍ଦର ଲେଙ୍କା, ପୂର୍ବତନ ଶିକ୍ଷକ ଚତୁର୍ଭୁଜ ମହାପାତ୍ର, ଆଇନଜୀବୀ ସନ୍ତୋଷ ମହାପାତ୍ର ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବଡପୁଅ ସୁଧାଂଶୁ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ପୁଅ ହିମାଂଶୁ, ସିତାଂଶୁ, ବୋହୂ ସଂଯୁକ୍ତା ଓ ପ୍ରୀତି ମହାପାତ୍ର, ଝିଅ ମୀରାରାଣୀ ମହାପାତ୍ର, ନାତି ସିଦ୍ଧାର୍ଥ, ଆଦିତ୍ୟ, ଶାଶ୍ବତ, ନାତୁଣୀ ସାକ୍ଷୀଙ୍କ ସହିତ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସ୍ବର୍ଗତ ଚାରୁଲତା ହେଉଛନ୍ତି ସ୍ବର୍ଗତ ଇଂଜିନୟର ବାଞ୍ଝାନିଧି ମହାପାତ୍ରଙ୍କ ଧର୍ମପତ୍ନୀ।

ସମ୍ବନ୍ଧିତ ଖବର