ଭୁବନେଶ୍ବର : ଆଉ ବର୍ଷକ ପରେ ସାଧାରଣ ନିର୍ବାଚନ। ନିର୍ବାଚନରେ ପ୍ରଚାରର ବଡ଼ ମାଧ୍ୟମ ପାଲଟିବ ସୋସିଆଲ୍ ମିଡିଆ। ତାହାକୁ ନଜରରେ ରଖି ବିଜେଡି ପକ୍ଷରୁ ଦଳର ନେତାମାନଙ୍କୁ ତାଲିମ୍ ପ୍ରଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ଦିନ ବହୁ ବିଧାୟକ, ଦଳୀୟ କର୍ମକର୍ତ୍ତାମାନଙ୍କ ସୋସିଆଲ୍ ମିଡିଆ ବ୍ୟବହାର ବିଷୟରେ ତାଲିମ୍ ଦିଆଯାଇଥିଲା। ରାଜ୍ୟ ବାହାରୁ ବିଶେଷଜ୍ଞ ଆସି ତାଲିମ ଦେଇଥିଲେ।
ଫେସ୍ବୁକ୍, ଟ୍ବିଟର୍ ଓ ଇନ୍ଷ୍ଟାଗ୍ରାମ୍ର ବ୍ୟବହାରର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞ ବୁଝାଇଥିଲେ। ସୋସିଆଲ୍ ମିଡିଆ ବ୍ୟବହାର ନେଇ ଯାହାର ଯାହା ଦ୍ବନ୍ଦ୍ବ ଥିଲା, ତାହା ମଧ୍ୟ ସେମାନେ ପଚାରିଥିଲେ। ଆଗାମୀ ଦିନରେ ଲୋକଙ୍କ ସହ ଜଡ଼ିତ ହେବାକୁ ସୋସିଆଲ୍ ମିଡିଆର ବ୍ୟାପକ ବ୍ୟବହାର କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିମ୍ ଶିବିର ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି।