ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସ ଧରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ସାମାଜିକ ସେବା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ଗୁରୁବାର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଛାତ୍ର ନେତା ଅଜିତ୍ ବେହେରା, ଭଗବାନ ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଶିବବ୍ରତ ନାୟକ, ସମ୍ପାଦକ ସ୍ମୃତି ପଣ୍ଡା, ଶିବପ୍ରସାଦ ମହାପାତ୍ର, ଯୋଗେଶ ଜେନା, ସମିମ୍ ଅଖତର, ଲଗ୍ନଜିତ୍ ପାତ୍ର, ରଞ୍ଜନ ପଣ୍ଡା, ସାଇରଞ୍ଜନ୍ ବେହେରା, ଅନୁପମ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଛାତ୍ର ନେତା ସୁଭାଷ ସାହୁ, ବିଶ୍ୱଦୀପ୍ ପ୍ରଧାନ, ସ୍ୱାଗତିକା ମହାନ୍ତି, ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ରଞ୍ଜିତ ଦାସ, ଚିନ୍ମୟୀ ଜେନା, ବିଜୟଲକ୍ଷ୍ମୀ ଦାସ, ଶୁଚିସ୍ମିତା ବେହେରା, ବିଦିଶା ପ୍ରିୟଦର୍ଶିନୀ, ବିବେକ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/m15.jpg)