ସୁନ୍ଦରଗଡ଼ : ଫୋବର୍ସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ମାତିଲଦା କୁଲୁ ସ୍ଥାନ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହିକ୍ରମରେ ବୁଧବାର ସମାଜସେବୀ ଶାନ୍ତନୁ କୁସୁମ ବଡ଼ଗାଁ ବ୍ଲକ ଦାଣ୍ଡଜମୀରା ପଞ୍ଚାୟତ ଅନ୍ତର୍ଗତ ଗରଗଡ଼ବାହାଲ ଗାଁରେ ତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ମାତିଲଦା ସାଧାରଣ ଜନତାଙ୍କ ସେବାକୁ ହିଁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଜ ଅଞ୍ଚଳରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ମୁଳୋତ୍ପାଟନ ଓ ସରକାରୀ ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବାରେ ସଫଳ ହୋଇଥିବା ତଥା ନିଜର ଅଦମ୍ୟ ସାହସ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଶ୍ରୀ କୁସୁମ ପ୍ରଶଂସା କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି, ‘ସାମ୍ପ୍ରତିକ ପରିସ୍ଥିତିରେ ସମାଜର ସଂଘର୍ଷପୂର୍ଣ୍ଣ ଜୀବନ ଭିତରେ କେଉଁଠି ନା କେଉଁଠି ନାରୀଟିଏ ଅବଳା ବା ଦୁର୍ବଳା ଭାବି ଅବହେଳିତ ହେଉଥିବା ବେଳେ ଅନେକ ସମୟରେ ପରିବାର ଉପରେ ବୋଝର କାରଣ ପାଲଟୁଛି। ହେଲେ ଆଶାକର୍ମୀ ମାତିଲଦା ଏହାର ଏକ ବ୍ୟତିକ୍ରମ। ମାତିଲଦାଙ୍କ ଅଦମ୍ୟ ସାହସ ଓ କର୍ତ୍ତବ୍ୟନିଷ୍ଠା ଅନେକ ମହିଳାଙ୍କୁ ସଶକ୍ତୀକରଣ କରିବା ଦିଗରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/a85611f1-4630-4046-a275-8f626db6fcda.jpg)