ବୈପାରିଗୁଡ଼ା: ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସହିଦ୍ ପୀଠ ତେନ୍ତୁଳିଗୁମ୍ମା ଠାରେ ପବିତ୍ର ମାଟି ଏବଂ ଜଳ ସଂଗ୍ରହ କରାଯାଇଛି। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କ ତତ୍ବାବଧାନରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମଭୂମି ତେନ୍ତୁଳିଗୁମ୍ମା ଠାରେ କୋରାପୁଟ ଏଡିଏମ୍ ରାମେଶ୍ବର ପ୍ରଧାନ ଏବଂ ରାଜେନ୍ଦ୍ର ମାଝୀ, ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, କୋରାପୁଟ ଡିଆଇପିଆରଓ ସ୍ଵରାଜ୍ୟ ଶିଶା, ଜୟପୁର ଏସଡିଆଇପିଆରଓ ଯଶୋଦା ମାଝୀ, ଲୋକ ପ୍ରତିନିଧି, ଅଗଂନବାଡି କର୍ମୀ, ଆଶା କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା, ଶିକ୍ଷକ ଏବଂ ସ୍କୁଲ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପାରମ୍ପାରିକ ରୀତିରେ ପୂଜା ପାଠ କରାଯିବା ପରେ ପବିତ୍ର ମାଟି ଏବଂ ନିକଟରେ ବହି ଯାଉଥିବା ସାବେରୀ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିବା ବେଳେ ମହିଳା ମାନେ କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପବିତ୍ର ମାଟି ଏବଂ ଜଳ ଭୁବନେଶ୍ୱର ପଠାଯାଇଥିଲା। ଏହା ଭୁବନେଶ୍ୱର ଲୋକସେବା ଭବନରେ ପହଞ୍ଚାଇବାର ନିର୍ଦ୍ଦେଶ ରହିଥିବା ଜଣାପଡିଛି।
ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସହିଦ୍ ପୀଠରୁ ମାଟି ଓ ଜଳ ସଂଗ୍ରହ
/sambad/media/post_attachments/wp-content/uploads/2022/09/abd9d38f-591f-4661-a3cd-cfc5fb15c51f.jpg)