ପଙ୍କ ଉଦ୍ଧାର ନାଁରେ ଜାରକା ପୋଖରୀରୁ ମାଟି ଚାଲାଣ, ପ୍ରଶାସନ ତାଗିଦ୍‌ ପରେ କାମ ବନ୍ଦ

ଧର୍ମଶାଳା : ପଙ୍କ ଉଦ୍ଧାର ନାଁରେ ଜାରକା ପୋଖରୀରୁ ମାଟି ଚାଲାଣ କରାଯାଉଥିଲା। ଏ ସଂପର୍କରେ ଗତ ୨୦ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଧର୍ମଶାଳା ତହସିଲ ପକ୍ଷରୁ ମାଟି ଚାଲାଣକାରୀଙ୍କୁ ତାଗିଦ୍‌ କରାଯାଇଛି। ଫଳରେ ଆଜି ମାଟି ଚାଲାଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଧର୍ମଶାଳା ବ୍ଲକ ଜାରକା ପୋଖରୀର ପୁନରୁଦ୍ଧାର କରାଯାଉଥିଲେ ହେଁ ପ୍ରକଳ୍ପ ସଂପର୍କରେ କୌଣସି ସୂଚନା ଫଳକ ଲଗା ଯାଇନାହିଁ। ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ ବୋଲି ଚର୍ଚ୍ଚା ହେଉଥିବା ବେଳେ ଜାରକା ପିଇଓ ଏହାକୁ ଅସ୍ବୀକାର କରୁଛନ୍ତି। କେଉଁ ଯୋଜନାରେ ପୋଖରୀର ପୁନରୁଦ୍ଧାର କରାଯାଉଛି, ସେନେଇ କେହି ମୁହଁ ଖୋଲୁ ନଥିବା ବେଳେ ଗାଁ ଲୋକ ଏହି କାମ କରୁଥିବା ମାଟି ଚାଲାଣକାରୀ କହୁଛନ୍ତି। ପ୍ରାୟ ୧୫ବର୍ଷ ତଳେ ଖାଦ୍ୟ ପାଇଁ କାମ ଯୋଜନାରେ ଏହି ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ସେତେବେଳେ ମଧ୍ୟ ଶ୍ରମିକ ବଦଳରେ ମେସିନ୍ କାମ କରିଥିଲା। ଏବେ ପୁଣି ସେହି ପୁରୁଣା ତରିକାକୁ ଆପଣା ଯାଇଛି। ଏହି କ୍ରମରେ ଜାରକା ପୋଖରୀର ପୁନରୁଦ୍ଧାର କରାଯାଉଥିବା ବେଳେ ଚତୁରତାର ସହ ଏହା ସରକାରୀ କାମ ନୁହେଁ ବୋଲି କୁହାଯାଇ ଭ୍ରମିତ କରାଯାଉଛି। ଯଦି ସରକାରୀ କାମ ହେଉଥିଲା, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ପହଞ୍ଚି କାମ କାହିଁକି ବନ୍ଦ କଲେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର