କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଏସ୍ଏପି ଷଷ୍ଠ ବାଟାଲିଅନ୍ର ସିପାହୀ ସହଦେବ ପରିଡ଼ାଙ୍କୁ ବୁଧବାର ଦିନ ଭିଜିଲାନ୍ସ ଗିରଫ କରିଛି। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ସହଦେବଙ୍କ ପାଖରୁ ୧ କୋଟି ୩୮ଲକ୍ଷ ୭୦ହଜାର ୮୭୩ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିକୁ ରେକର୍ଡଭୁକ୍ତ କରାଯାଇଛି। ତେବେ ଏତେ ପରିମାଣର ସମ୍ପତ୍ତି ବାବଦରେ ସେ କୌଣସି ସନ୍ତୋଷଜନକ ଉତ୍ତର ରଖି ନପାରିବାରୁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2021/12/osap-jawan.png)
ସୂଚନାଯୋଗ୍ୟ, ଏହି ମାମଲାରେ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ୩ ଡିଏସ୍ପି ଓ ୨ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଟିମ୍ଗୁଡ଼ିକ ଚଢଉ କରିଥିଲେ। ସରକାରୀ କ୍ବାର୍ଟର, ନୂଆବଜାର ତିନିଘରିଆରେ ଥିବା ତିନିମହଲା କୋଠା, ଗଣ୍ତରପୁରର ଆଜବେଷ୍ଟସ ଘର, ପୁରୀ ତଳଜଙ୍ଗ ଚନ୍ଦନପୁରରେ ଥିବା ଘର, ମାଳତୀପାଟପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଏକକାଳୀନ ଚଢଉ କରିଥିଲା। ଯାଞ୍ଚ ପରେ ଅଭିଯୁକ୍ତ ତାଙ୍କ ଆୟଠୁ ୨୩୩ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିବା ଜଣାପଡ଼ିଥିଲା। ପରେ ଏ ସ˚କ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସହଦେବଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)