ବିଂଝାରପୁର: ଜାମ୍ମୁକାଶ୍ମୀରରେ ନିୟୋଜିତ ଥିବା ଜଣେ ସିଆର୍‌ପିଏଫ ଯବାନ ନିଜ ସର୍ଭିସ୍ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ବିଂଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ ବନ୍ଧସାହି ଗ୍ରାମର କୁଶଧ୍ଵଜ ରାଉତଙ୍କ ପୁତ୍ର ଶ୍ରୀବନ୍ତ ରାଉତ। ଶ୍ରୀବନ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ସର୍ଭିସ୍ ରାଇଫଲରୁ ନିଜକୁ ଗୁଳି କରିଥିଲେ।

Advertisment

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ବିମାନ ଯୋଗେ ମରଶରୀର ଭୁବନେଶ୍ୱର ପହଞ୍ଚିବା ପରେ ସିଆରପିଏଫ ପକ୍ଷରୁ ତାଙ୍କ ଗ୍ରାମକୁ ଅଣାଯାଇଥିଲା। ଶାସନ୍ଦା ପଞ୍ଚାୟତ ପକ୍ଷରୁ ସରପଞ୍ଚ କାମଦେବ ଧଳଙ୍କ ନେତୃତ୍ବରେ ମରଶରୀରକୁ ତାଉନ୍ତରା ଛକଠାରୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗାର୍ଡ ଅଫ ଅନର ଦିଆଯାଇ ଶେଷକୃତ୍ୟ କରାଯାଇଥିଲା।