ରକ୍ତଦେଇ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଡିଭିଏଫ୍‌ ଯବାନ୍‌

ମାଲକାନଗିରି: ବିଭିନ୍ନ ସମୟର ବିଭିନ୍ନ ସଂଗଠନ, ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ରକ୍ତ ପ୍ରଦାନ କରି ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ବହୁ ସମୟରେ ଦେଖିବାକୁ ମିଳିଛି। ନକ୍ସଲ ଦମନ ପାଇଁ ଲଢେଇ କରୁଥିବା ଜଣେ ଯବାନ ରକ୍ତଦାନ କରି ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଜାଣିବା ପରେ ସେ ଲୋକଙ୍କ ପ୍ରଶଂସା ସାଉଁଟୁଛନ୍ତି। କାଲିମେଳା ବ୍ଲକର ଗୁମକା ପଞ୍ଚାୟତର ଏମଭି-୬୫ ଗ୍ରାମର ନନ୍ଦିନୀ ସାନା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ତାଂକୁ ତୁରନ୍ତ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ  ତୁରନ୍ତ ରକ୍ତ ଦେବା ନେଇ ଡାକ୍ତର ପରାମର୍ଶ ଦେଇଥିଲେ।

ପରିବାର ଲୋକେ ସଂପୃକ୍ତ ଗର୍ଭବତୀ ମହିଳାଙ୍କୁ ଏବି ପଜିଟିଭ ରକ୍ତ ପାଇଁ ରକ୍ତଭଣ୍ଡାରକୁ ଯିବା ପରେ ସେଠାରେ ମହଜୁଦ ନଥିବା ଜାଣିଥିଲେ। ପରେ ବହୁ ଲୋକଙ୍କୁ ରକ୍ତ ପାଇଁ ନେହୁରା ହୋଇଥିଲେ। ତେବେ ପାଙ୍ଗାମ ଅଂଚଳର ଡିଭିଏଫ୍‌  ଯବାନ ସୁନିଲ ଚୌଧୁରୀ ତୁରନ୍ତ ରକ୍ତ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଜୟ ମାଲକାନଗିରି ଗ୍ରୁପର ରବୀ ରାଜେଶ ତୁରନ୍ତ ସୁନିଲଙ୍କୁ ନେଇ ରକ୍ତ ଭଣ୍ଡାର ପହଞ୍ଚି ରକ୍ତଦାନ କରିବାରେ ସହଯୋଗ କରିଥିଲେ। ସୁନିଲ ମାନବିକତା ଦେଖାଇଥିବାରୁ ତାଂକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ସେ ନକ୍ସଲ ଦମନ ନେଇ ଜଂଗଲରେ ସବୁବେଳେ ଘୁରି ବୁଲୁଥିବା ବେଳେ ଘରକୁ ଫେରି ଏଭଳି ମହାନ କାମ କରିଥିବାରୁ ତାଂକୁ ସମସ୍ତେ ଭୃୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର