ଜଗତସିଂହପୁର ଟାଉନ୍: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁକୁ ମାସେ ବିତି ଯାଇଛି। ଏହି ଘଟଣାରେ ନ୍ୟାୟ ମାଗି ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରିଛନ୍ତି ଅଭିଯୋଗକାରୀ ସୋମାଲିକା ଦାଶ। ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଆପଣ ସବୁ ବେଳେ ମହିଳା ସଶକ୍ତକରଣ କଥା କହୁଛନ୍ତି, ମୁଁ କଣ ଜଣେ ମହିଳା ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେହିପରି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢ଼େଇ କରୁଥିବା କଥା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଫେବ୍ରୁଆରି ୩ ତାରିଖରେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା।
ଏହା ପୂର୍ବରୁ ଗତ ଫେବ୍ରୁଆରି ମାସlରେ ସୋମାଲିକା ଥାନାରେ କାନ୍ଦିକାନ୍ଦି ନ୍ୟାୟ ମାଗିଥିଲେ। ସେ କହିଥିଲେ ଯେ, ‘ମୁଁ ଥାନାକୁ ଆସିଛି ଫୋନ୍ କଲ୍ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ। ଥାନାରେ ବସିଛି କିନ୍ତୁ ମୋ ଫେସ୍ବୁକରେ ପୋଷ୍ଟ ହୋଇଥିବା ପୁରୁଣା ଫଟୋ କାଢ଼ି ଏଡିଟିଂ କରି ଭାଇରାଲ୍ କରାଯାଉଛି। ତା ପୁଣି ମୁଁ ନିଜେ ପୋଷ୍ଟ କରିଥିବା ସାଙ୍ଗସାଥୀଙ୍କ ସହ ଭୋଜିର ଫଟୋ। ମୁଁ କଣ କାହା ସହ ମିଶିବିନି, କୁଆଡ଼େ ଯିବିନି, କିଛି କରିବିନି? ମୋ ଇଜ୍ଜତର ଧଜିଆ ଉଡ଼ାଉଛନ୍ତି ବିଧାୟକଙ୍କ ସମର୍ଥକମାନେ। ବିଧାୟକ ତ ପ୍ରେମରେ ଲିପ୍ତ ରହିଛନ୍ତି। ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ନାହିଁ। ବିଜେଡି ସରକାର ଶୋଇଛି। ମୁଁ ମରିଗଲେ ସବୁ ଶାନ୍ତି ପାଇଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/bijay-shankar-das-somalika-736x430-1.jpg)