ଖଣ୍ଡପଡା: ‘ମୁଁ କୌଣସି ଦଳ ବିରୋଧରେ ନିର୍ବାଚନ ଲଢ଼ୁ ନାହିଁ। ଖଣ୍ଡପଡ଼ାବାସୀଙ୍କ ଉନ୍ନତି ଓ ବିକାଶ ପାଇଁ ଲଢ଼ୁଛି।’ ଏକଥା ଆଜି କହିଛନ୍ତି ବିଜୁ ଜନତା ଦଳର ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ଶନିବାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକରେ ଏକ ରୋଡ୍ ସୋ’ କରି ଭୋଟରଙ୍କୁ ଭେଟିଛନ୍ତି ସୌମ୍ୟ। ସେ କହିଛନ୍ତି, ଖଣ୍ଡପଡ଼ାର ଉନ୍ନତି ଓ ଏହାର ଅଞ୍ଚଳବାସୀଙ୍କ ବିକାଶ ହିଁ ମୋର ଏକମାତ୍ର ଲକ୍ଷ୍ୟ।
ଖଣ୍ଡପଡ଼ାର ଭାପୁର ବ୍ଲକ୍ର ୧୯ ଓ ୨୦ ନମ୍ବର ଜୋନ୍ରେ ଆଜି ସୌମ୍ୟରଞ୍ଜନ ନିର୍ବାଚନ ପ୍ରଚାର କରିିଛନ୍ତି। ସେ ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ରୋଡ ସୋ’ରେ ବାହାରି ଦୁଇଟି ଜୋନ୍ର ଫତେଗଡ଼, ବିଜିପୁର, ରାକମା, କଇଁଫୁଲିଆ, ଭାପୁର, ଗୋଣା ପୋଖରୀ, ନିମାଣୀ, ବାଇଗୁଣିଆ, ବାଘୁଆପଲ୍ଲୀ, ଭଗବାନପୁର ଓ ବଡ଼ସହରାରେ ଲୋକଙ୍କୁ ଭେଟିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଗ୍ରାମର ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଭୋଟରଙ୍କ ଠାରୁ ଆର୍ଶୀବାଦ ନେଇଥିଲେ। ଭାପୁର ବ୍ଲକ ଉପାଧ୍ୟକ୍ଷ ଗାୟାଧର ପରିଡା ଓ ବରିଷ୍ଠ ନେତା ଓ ସଙ୍ଗଠକ ଜିତେନ୍ଦ୍ର ରଣସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରୋଡ ସୋ’ ଆୟୋଜନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Soumyas-Road-Show_Thumbnail.jpg)