ଚଢ଼ାଉ ନାଁରେ ଷ୍ଟୋନ୍‌ କ୍ରସରଗୁଡ଼ିକ ଉପରେ ଜୁଲୁମ ବନ୍ଦ ହେଉ : ସୌମ୍ୟରଂଜନ

ଭୁବନେଶ୍ୱର: ଚଢ଼ାଉ ନାଁରେ ରାଜ୍ୟରେ ଷ୍ଟୋନ୍‌ କ୍ରସରଗୁଡ଼ିିକ ଉପରେ ଜୁଲୁମ ବନ୍ଦ କରିବାକୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସରକାରଙ୍କୁ ନିବେଦନ କରିଛନ୍ତି।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ ଯେ, ରାଜ୍ୟ ସରକାର ଖଣିଜ ସଂପଦର ଚୋରା କାରବାର ରୋକିବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ। ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ବିରୁଦ୍ଧରେ ମଧ୍ୟ ସଂପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଟାସ୍କଫୋର୍ସ ପକ୍ଷରୁ ବିଭିନ୍ନ ଷ୍ଟୋନ୍‌ କ୍ରସର୍‌ ଉପରେ ଚଢ଼ାଉ ଜାରି ରହିଛି।

ବିଶେଷତଃ, ଖୋର୍ଦ୍ଧା ଜିଲ୍ଲାରେ ଏହି ଚଢ଼ାଉ ଚାଲିଛି। ତେବେ,ଏହି ଷ୍ଟୋନ୍‌ କ୍ରସରଗୁଡ଼ିକ ପଥର ଭାଙ୍ଗି ଛୋଟ ଛୋଟ ଗୋଡ଼ି ଜନ ସାଧାରଣଙ୍କୁ ଯୋଗାଇଥାନ୍ତି। ଚଢ଼ାଉ ଯୋଗୁଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସାଂଗକୁ ଗରିବ ଶ୍ରମିକମାନଙ୍କରର ଜୀବିକା ବିପନ୍ନ ହୋଇଛି। ସରକାର ଚୋରକୁ ଧରନ୍ତୁ। କିନ୍ତୁ ରାଜ୍ୟର ସାଧାରଣ ଜନତା ଓ ଗରିବ ଶ୍ରମିକମାନେ ହଇରାଣ ଯେମିତି ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ  ଶ୍ରୀ ପଟ୍ଟନାୟକ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର