ଖଣ୍ଡପଡ଼ାରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେଡି ବିଧାନସଭା ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ

ଖଣ୍ଡପଡ଼ା: ରାଜ୍ୟସଭା ସାଂସଦ ତଥା କଟକ ଲୋକସଭା ଅନ୍ତର୍ଗତ ଖଣ୍ଡପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଜି ସକାଳେ ଖଣ୍ଡପଡ଼ାଠାରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଖଣ୍ଡପଡ଼ାରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି।

ଏହି ଅବସରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭୋଟ ଦାନ ହାର ବଢ଼ିବା ଗଣତନ୍ତ୍ର ଲାଗି ଶୁଭଙ୍କର। ମତଦାନର ଦିନ ପ୍ରାର୍ଥୀଙ୍କ ପାଇଁ ମେଟ୍ରିକ୍ ପରୀକ୍ଷାର ଦିନ ଭଳି । ଚଳିତ ଥର ଭୋଟ ଗଣିତର ଇତିହାସ ଭିନ୍ନ ହେବ । ମୁଁ ଖଣ୍ଡପଡା ସହ ଜଡିତ, ଲୋକଙ୍କ ସେବା ପାଇଁ ସବୁବେଳେ ତତ୍ପର। ଆଜି ଖଣ୍ଡପଡାରେ ୧ ଲକ୍ଷ ୮୨ ହଜାର ଭୋଟର କରିବେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ସମ୍ବନ୍ଧିତ ଖବର