ମା’ ଏତଲା ଦେବାପରେ ମଦୁଆ ପୁଅକୁ ଗିରଫ କଲା ପୁଲିସ

ଡାବୁଗାଁ : ଡାବୁଗାଁ ଥାନାରେ ପୁଅ ବିରୁଦ୍ଧରେ ମା’ ଏତଲା ଦେବା ପରେ ପୁଲିସ ମଦୁଆ ପୁଅକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ଡାବୁଗାଁ ଥାନା ଚାଟିଗୁଡ଼ା ଗ୍ରାମର ରଞ୍ଜନ ହରିଜନ (୩୫)।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଚାଟିଗୁଡ଼ା ଗ୍ରାମର ରଞ୍ଜନ ହରିଜନ ସବୁ ସମୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରେ ଆସି ନିଜ ସ୍ତ୍ରୀ ଓ ମା’ ସହ ଝଗଡ଼ା କରୁଥିଲା । ଏପରିକି ନିଜ ସ୍ତ୍ରୀକୁ ମାଡ଼ ମଧ୍ୟ ମାରୁଥିଲା । ରଞ୍ଜନର ମା’ ନନ୍ଦନା ହରିଜନ ପୁଅକୁ କ୍ଷାନ୍ତ କରିବା ପାଇଁ ବହୁବାର ଚେଷ୍ଟା କରୁଥିଲେ ସୁଦ୍ଧା ପୁଅ ମା’ର କଥା ଶୁଣୁ ନ ଥିଲା । ରଞ୍ଜନ ମଦ ପିଇବା ପାଇଁ ନିଜ ସ୍ତ୍ରୀକୁ ଟଙ୍କା ମାଗିଥିଲା । ସ୍ତ୍ରୀ ମୋ ପାଖରେ ଟଙ୍କା ନା ହି ବୋଲି କହିବାରୁ ରଞ୍ଜନ ରାଗି ଯାଇ ନିଜ ସ୍ତ୍ରୀକୁ ଗାଳି କରିବା ସହ ମାଡ଼ ମାରିଥିଲା ।

Image result for dabugaon police station
image source-dailyhunt

ନନ୍ଦନା ଏହା ଦେଖି ସହି ନ ପାରି ପୁଅକୁ ଏଥିରୁ ନିବୃତ ହେବା ପାଇଁ କହିଥିଲା , କିନ୍ତୁ ରାଗର ଚରମ ସୀମାରେ ଥିବା ପୁଅ ଏକ ଛୁରି ସାହାଯ୍ୟରେ ନିଜ ମା’କୁ ଆକ୍ରମଣ କରିଥିଲା । ଏଥିରେ ମା’ ର ଆଖି ପାଖରେ ଆଘାତ ଲାଗୁଥିଲା . ଏ ନେଇ ରଞ୍ଜନର ମା’ ନନ୍ଦନା ଡାବୁଗାଁ ଥାନାରେ ପୁଅ ବିରୁଦ୍ଧରେ ଏତଲା ଦେବା ପରେ ପୁଲିସ ରଞ୍ଜନକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର