ଆନନ୍ଦପୁର : ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ନିଜ ଜନ୍ମକଲା ମା’କୁ ହାଣିଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗ୍ରାମରେ। ଗ୍ରାମର ମଣ୍ଟୁ ଜେନା ଶନିବାର ସକାଳେ ନିଶା ସେବନ କରିବା ପାଇଁ ମା’ ରଙ୍ଗବତୀ (୬୦)ଙ୍କୁ ୫୦୦ ଟଙ୍କା ମାଗିଥିଲା। ରଙ୍ଗବତୀ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ମାତ୍ର ୩୦ ଟଙ୍କା ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମଣ୍ଟୁ ଏକ ଧାରୁଆ କାତିରେ ମା’କୁ ଅତର୍କିତ ଆକ୍ରମଣ କରିଥିଲା। ରଙ୍ଗବତୀଙ୍କ ମୁଣ୍ଡ ଏବଂ ହାତରେ ଶକ୍ତ ଆଘାତ ଲାଗିବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏନେଇ ଘସିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍ ନମ୍ବର ୧୮୬/୨୦୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନିଶା ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଲା ପୁଅ
/sambad/media/post_attachments/wp-content/uploads/2019/04/knife-aattack.jpg)
/sambad/media/agency_attachments/2024-07-24t043029592z-sambad-original.webp)