ପାରିବାରିକ ବିବାଦ: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୂଆପଡ଼ା: ଗତ ରାତିରେ ଖଡ଼ିଆଳ ଥାନା ଅନ୍ତର୍ଗତ କେନ୍ଦୁପଟା ପଞ୍ଚାୟତର ଝରଣବାହାଲିପଡ଼ାରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।

ନିହତ ବ୍ୟକ୍ତ ହେଉଛନ୍ତି ୭୦ ବର୍ଷିୟ ନକୁଳ ବଞ୍ଛୋର୍‌। ଆତତାୟୀ ପୁଅ ହେଉଛି ପ୍ରାୟ ୩୦ ବର୍ଷିୟ ପୁଅ ପୂର୍ଣ୍ଣ।

ବାପ ଓ ପୁଅଙ୍କ ମଧ୍ୟରେ ଘରୋଇ କଳି ଲାଗୁଥିଲା। ଗତ ରାତି ପ୍ରାୟ ୩ଟା ବେଳେ ପୂର୍ଣ୍ଣ ଗୋଟାଏ ଟାଙ୍ଗିଆରେ ବାପା ନକୁଳଙ୍କୁ ହାଣି ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଆଜି ସକାଳେ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ପୂର୍ଣ୍ଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ସମ୍ବନ୍ଧିତ ଖବର