କେନ୍ଦୁଝର : ମଦ ପିଇବା ପାଇଁ ବାପାକୁ ୫ଶହ ଟଙ୍କା ମାଗିଲା। ହେଲେ ବାପା ଦେବାକୁ ମନା କଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ବାପାକୁ ଜିଅନ୍ତା ଜାଳିଦେଲା। ଗୁରୁତର ଅବସ୍ଥାରେ ବାପା ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଅଭିଯୁକ୍ତ ପୁଅ ଏବେ ପୁଲିସ ହାଜତରେ। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ବୀରବରପୁର ଗ୍ରାମରେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବୀରବରପୁର ଗ୍ରାମର ସୁରେନ୍ଦ୍ରନାଥ ବେହେରା (୨୮) ତାଙ୍କ ବାପା ରବୀନ୍ଦ୍ରନାଥ ବେହେରା (୬୫)ଙ୍କୁ ମଦ ପିଇବା ପାଇଁ ୫ଶହ ଟଙ୍କା ମାଗିଥିଲା। ହେଲେ ରବୀନ୍ଦ୍ର ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ସୁରେନ୍ଦ୍ର ଉତ୍ତ୍ୟକ୍ତ ହୋଇ ବାପା ରବୀନ୍ଦ୍ରଙ୍କ ଉପରେ କିରାସିନି ଢାଳି ନିଆଁ ଲାଗାଇ ଦେଇଥିଲା। ନିଆଁରେ ଜଳି ଯାଉଥିବା ରବୀନ୍ଦ୍ର ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଧାଇଁ ଆସି ନିଆଁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି। ଅବସ୍ଥା ସଂକଟାପନ୍ନ ଥିବାରୁ ରବୀନ୍ଦ୍ରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ସୁରେନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି।