ଗାଁ ବିବାଦ ପାଇଁ ମହିଳାଙ୍କ ମୃତଦେହକୁ ମିଳିଲାନି କାନ୍ଧ, ସାଇକେଲରେ ବୋହିନେଲେ ୨ ପୁଅ

ଚନ୍ଦାହାଣ୍ଡି(ନବରଙ୍ଗପୁର): ଦୀର୍ଘ ଦିନ ଧରି ଲାଗିରହିଥିଲା ଗାଁରେ ବିବାଦ ଲାଗିରହିଥିଲା | ତେବେ ବିବାଦ ପାଇଁ ଶେଷରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧ ଦେବାକୁ ବି କେହି ଆସିଲେନି | ଅନ୍ୟ ଉପାୟ ନ ପାଇ ନିଜ ମାଙ୍କର ମୃତଦେହକୁ ମଶାଣି ଯାଏଁ ସାଇକେଲରେ ବୋହିନେଲେ ଦୁଇ ଭାଇ | ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋତି ଗାଁରେ କିଛି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଏହି ଗ୍ରାମର ମହିଳା ନୂଆଖାଇ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା | ତେବେ ମହିଳାଙ୍କ ସଂସ୍କାର ପାଇଁ ଦୁଇ ପୁଅ ଗ୍ରାମବାସୀଙ୍କୁ କାକୁତିମିନତି ହୋଇଥିଲେ | କିନ୍ତୁ ପୂର୍ବରୁ ନୂଆଖାଇଙ୍କ ପରିବାର ସହ ଗ୍ରାମବାସୀଙ୍କର ବିବାଦ ଥିବା ଯୋଗୁଁ କେହି ବି ଆସିନଥିଲେ |

ଶେଷରେ କୌଣସି ଉପାୟ ନ ପାଇ ଦୁଇ ପୁଅ ପୁସ୍ତମ ପାଣ୍ଡେ ଓ ଟେକ ପାଣ୍ଡେ ମା ର ମୃତଦେହକୁ ସାଇକେଲରେ ମଶାଣିକୁ ବୋହିନେଇଥିଲେ | ତେବେ ପୁରୁଣା ବିବାଦ ପାଇଁ ମୃତଦେହକୁ କାନ୍ଧ ନ ଦେବାକୁ ନେଇ ପ୍ରଶ୍ନ ଉଠିଛି |

ସମ୍ବନ୍ଧିତ ଖବର