ବାମରା : ଗଡ଼ପୋଷ ଫାଣ୍ଡି ବିହାବାଲି ଗାଁରେ ପୁଅକୁ ଛୁରିରେ ଆକ୍ରମଣ କରି ବାପା ଜେଲ ଯିବା ଭଳି ଅଭାବନୀୟ ଘଟଣା ଘଟିଛି। ଅନ୍ୟ ପଟେ ଗୁରୁତର ଆହତ ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିହାବାଲି ଗ୍ରାମର ବେଲେମ ଆଇନ୍ଦ (୪୯) ଓ ତାଙ୍କ ପୁଅ ଜର୍ଜରାଜ ଆଇନ୍ଦ(୧୮) ଙ୍କ ମଧ୍ୟରେ କୌଣସି ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ବଚସା ହୋଇଥିଲା। ଏଥିରେ ବେଲେମ ଉତ୍କ୍ଷିପ୍ତ ହୋଇ ଏକ ଛୁରିରେ ପୁଅ ଜର୍ଜଙ୍କୁ ଏକାଧିକ ଥର ଆକ୍ରମଣ କରିଥିଲେ। ଏଥିରେ ଜର୍ଜଙ୍କ ହାତ ଓ ପାପୁଲି କଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଖବର ପାଇ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଜର୍ଜଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତ ବାପା ବେଲେମଙ୍କୁ ଗିରଫ କରିଥିଲେ। ବେଲେମଙ୍କୁ କୁଚିଣ୍ଡା କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।