ବାପାର ଶାବଳ ମାଡ଼ରେ ପୁଅର ମୃତ୍ୟୁ, ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି l ଘରୋଇ କଳହକୁ ନେଇ ଏହି ଘଟଣା ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ବାପା ଅମଲ୍ ବାସୁ ତା’ର ମଝିଆ ପୁଅ ଅସିତ ବାସୁ (୨୪) କୁ ଶାବଳ ସାହାଯ୍ୟରେ ମୁଣ୍ଡରେ ପିଟି ଦେବା ଫଳରେ ଘଟଣା ସ୍ଥଳରେ ଅସିତର ମୃତ୍ୟୁ ଘଟିଥିଲା l ପୁଅକୁ ହତ୍ୟା କରିବା ପରେ ଆଜି ବଡ଼ି ଭୋର ସମୟରେ ଅମଲ୍ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଥିଲା l କିନ୍ତୁ ଘଟଣାର କାରଣ କିଛି ଜଣାପଡ଼ିନାହିଁ। ପୁଲିସ ବି ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଅପରପକ୍ଷରେ ସ୍ଥାନୀୟ ପୁଲିସ ପକ୍ଷରୁ ଘଟଣା ସ୍ଥଳରୁ ଏ ଯାଏଁ ମୃତଦେହ ଉଦ୍ଧାର ହୋଇ ପାରି ନ ଥିବା ବେଳେ  ସେଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି l ଏହା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର