ବାପାଙ୍କ ଶବ ନେବାକୁ ଆସୁଥିଲେ, ଦୁର୍ଘଟଣାରେ ପୁଅଙ୍କ ଜୀବନ ଗଲା

ବରଗଡ଼/ଅତାବିରା : ଚିକିତ୍ସାଧୀନ ପିତାଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଲା। ଶବ ନେବା ପାଇଁ ଆସୁଥିବା ପୁଅଙ୍କ ବାଟରେ ଦୁର୍ଘଟଣା ଘଟି ଜୀବନ ଗଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଲାଦେରପାଲି ଠାରେ ଘଟିଛି।

ଝାରସୁଗୁଡ଼ା ଜିଲ୍ଲା ନିବାସୀ ମହେଶ ମେହେର କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଶନିବାର ତାଙ୍କ ପରଲୋକ ଘଟିଥିଲା। ପିତାଙ୍କ ମୃତ୍ୟୁ ଖବର ପାଇ ପୁଅ ସୂର୍ଯ୍ୟପ୍ରକାଶ ମେହେର ଝାରସୁଗୁଡ଼ାରୁ ବୁଲେଟ୍‌ (ଓଡି ୨୩ଏଫ୍‌ ୫୫୩୭)ରେ ବରଗଡ଼ ଅଭିମୁଖେ ଆସୁଥିଲେ। ହେଲେ ଜାତୀୟ ରାଜପଥ ଉପରେ ତାଙ୍କୁ ଏକ ଅଜଣା ଟ୍ରକ୍‌ ଧକ୍କା ଦେଇ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲା। ଉଭୟ ପିତା-ପୁଅଙ୍କ ଶବ ବିଳମ୍ବିତ ସଂଧ୍ୟାରେ ଝାରସୁଗୁଡ଼ା ପଠାଯାଇଥିଲା। ସେଠାରେ ତାଙ୍କ ଦାହ ସଂସ୍କାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର