କୋରାପୁଟ: ଏମିତି ବି ଆସେ ମୃତ୍ୟୁ। ବାପାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ କୋକେଇ ବନ୍ଧାଯାଉଥିବା ବେଳେ ଚାଲିଗଲା ପୁଅର ଜୀବନ। ପୁଅ ବେଣୁଧର ମଣ୍ଡଳ ଘର ପଛପଟେ ଛିଡ଼ା ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଗଛ ପଡ଼ିବାରୁ ପୁଅ ବେଣୁଧର ମଣ୍ଡଳଙ୍କ ପ୍ରାଣହାନି ଘଟିଛି। ଏମିତି ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ କାମତା ଗ୍ରାମରେ।

Advertisment

publive-image
ଲକ୍ଷ୍ମଣ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି କୋରାପୁଟରେ ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁ ନିଆଯାଇଥିଲା। ଗାଁରେ ଅନ୍ତିମ ସଂସ୍କାର ପାଇଁ କାମ ଚାଲିଥିବା ବେଳେ ଘର ପଛପଟେ ପୁଅ ବେଣୁଧର ଛିଡ଼ା ହୋଇଥିଲେ। ଠିକ୍ ସେଇ ସମୟରେ ଲଗାଣ ବର୍ଷାରେ ତାଙ୍କ ଉପରେ ଗଛଟିଏ ପଡ଼ିଯିବାରୁ ପୁଅ ବେଣୁଧର ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ବେଣୁଧରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଇ ଘଣ୍ଟା ମଧରେ ପରିବାରର ଦୁଇ ଜଣ ଚାଲିଯିବା କଥାକୁ ପରିବାର ଲୋକେ ବିଶ୍ୱାସ କରି ପାରୁ ନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।