ମଶାଣିରେ ଶବ ପୋଡ଼ାଇ‌ ଦେଲେନି ଗ୍ରାମବାସୀ, ପୋଖରୀ କୂଳରେ ବାପାଙ୍କ ଶବ ଫିଙ୍ଗିଲେ ପୁଅ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୁଣି ଏକ କଙ୍ଗାରୁକୋର୍ଟ ଭଳି ନନ୍ଦିନୀୟ କାର୍ଯ୍ୟ ଦେଖିବାକୁ ମିଳିଛି। ଶରଣକୁଳ ଥାନା ଅଧୀନ ତଥା ଓଡ଼ଗାଁ ବ୍ଲକ୍‌ର ପାଣିଭଣ୍ଡାର ଗ୍ରାମରେ ଗୁରୁବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ବିପିନ ଡାକୁଆଙ୍କ ବାପା ପ୍ରଫୁଲ୍ଲ ଡାକୁଆଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କ ସହିତ ବିପିନଙ୍କର ପ୍ରାୟ ୩ ବର୍ଷ ହେବ ଭଲ ସମ୍ପର୍କ ନଥିଲା। ଏହି କାରଣରୁ ପ୍ରଫୁଲ୍ଲଙ୍କ ଶବକୁ ଗ୍ରାମବାସୀ ମଶାଣିରେ ପୋଡ଼ିବାକୁ ଅନୁମତି ଦେଇନଥିଲେ। ଫଳରେ ବିପିନ ଶବ ପୋଡ଼ ନପାରି ଗାଁ’ ପୋଖରୀ କୂଳରେ ପିଙ୍ଗି ଆସିବାକୁ ବାଧ୍ୟ ହୋଇଥିଲେ। ଶେଷରେ ଶରଣକୁଳ ଥାନା ପୁଲିସର ହସ୍ତକ୍ଷେପ ପରେ ପ୍ରାୟ ୨୨ ଘଣ୍ଟା ପରେ ଯଥାରୀତି ପଡ଼ୋଶୀ ଗ୍ରାମରେ ଶବ ସତ୍କାର କରାଯାଇଥିବା ଜଣାଯାଇଛି।

ଏଭଳି ଅମାନୁଷିକ କାଣ୍ଡ ପାଇଁ ଗ୍ରାମ ସଭାପତି, ସମ୍ପାଦକ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଛି।

ପ୍ରକାଶଥାଉକି, ନିଜ ସ୍ତ୍ରୀକୁ ହଇରାଣ କରୁଥିବାରୁ ତଥା ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅମାନ୍ୟ କରିଥିବାରୁ ଦେଢ଼ଲକ୍ଷ ଟଙ୍କା ଜରିମାନା ଦେବାକୁ କଙ୍ଗାରୁ କୋର୍ଟରେ ବିପିନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ପ୍ରଥମେ ଶବ ସତ୍କାର ପାଇଁ ବାରଣ କରାଯାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର