ବାପାମାଆଙ୍କୁ ମାଡ଼, ପୁଅକୁ ୬ ବର୍ଷ ଜେଲ୍

ଆସିକା : ବାପାମାଆଙ୍କୁ ପୁଅ ମାଡ଼ ମାରିଥିବା ମାମଲାର ବିଚାରଣା କରି ଆସିକା କନିଷ୍ଠ ଦେୱାନୀ କୋର୍ଟ ବିଚାରପତି ସମାପିକା ସମଦର୍ଶିନୀ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ପୁଅ ତଥା ଗାଙ୍ଗପୁର ଥାନା କଳାସୁତା ଗ୍ରାମର ବଂଶୀଧର ଗୌଡ଼କୁ ଦୋଷୀ ସାବ୍ୟସ୍ତ କରିବା ସହ ୬ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୬ ହଜାର ଜରିମାନା ଦଣ୍ଡ ଦେଇଛନ୍ତି।
୨୦୧୩ ମସିହାରେ ବଂଶୀଧର ନିଜ ବାପା କାଶୀନାଥ, ମାଆ ପଦ୍ମା ଓ ଭଉଣୀ ଟିକିଙ୍କୁ ମାଡ଼ ମାରିଥିଲା। ଏନେଇ ଗାଙ୍ଗପୁର ଥାନାରେ ମାମଲା ରୁଜୁ ପରେ ତାକୁ କୋର୍ଟ ଚାଲାଣ କରା ଯାଇଥିଲା। ଆଜି ମାମଲାର ରାୟ ପ୍ରକାଶ ପାଇଛି। ଆଇନଜୀବୀ ବି.ମୋହନ ରାଓ ଦୋରା ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରିଥିଲେ।
ସମ୍ବନ୍ଧିତ ଖବର