କିଶୋରେନାଗର: ଅନୁଗୁଳ ଜିଲ୍ଲା କିଶୋରେନାଗର ଥାନା ଅନ୍ତର୍ଗତ ବଏଜା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଶ୍ବଶୁର କଟୁରିରେ ଚୋଟରେ ଜ୍ବାଇଁ ବସନ୍ତ ବେହେରା(୩୨)ଙ୍କ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅନୁଗୁଳ ନିଶା ଶିଳ୍ପାଂଚଳ ଥାନା ଅନ୍ତର୍ଗତ କଙ୍କରେଇ ଗ୍ରାମ ପିଢଖମାନ ସାହିର ବସନ୍ତ ବେହେରା ଗତ ୪ ବର୍ଷ ହେଲା କିଶୋରନଗର ଥାନା ବଏଜା ଗ୍ରାମର ପ୍ରସନ୍ନ ମୁଣ୍ଡା(୪୫)ଙ୍କ ଝିଅକୁ ବିବାହ କରି ଘରଜ୍ୱାଇଁ ଭାବେ ରହୁଥିଲେ। ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଗତକାଲି ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗି ଯାଇ ପ୍ରସନ୍ନ ମୁଣ୍ଡା ବାହାରକୁ ଚାଲିଯାଇ ମଦ୍ୟପାନ କରି ରାତିରେ ଘରକୁ ଫେରିଥିଲା। ରାତିରେ ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା। ଜ୍ବାଇଁ ବସନ୍ତକୁ ସେ ପ୍ରବଳ ଗାଳିଗୁଲଜ କରିଥିଲା।ଲୁଚାଇ ରଖିଥିବା କଟୁରିରେ ଜ୍ବାଇଁ ବସନ୍ତ ବେହେରା ବେକରେ ଚୋଟ ପକେଇଥିଲା। ବସନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସଂଗେ ସଂଗେ ବୁର୍ଲା ବଡ଼ ମେଡିକାଲକୁ ନିଆଯାଉଥିଲା। ମାତ୍ର ବାଟରେ ସେ ମୃତ୍ୟୁ ଘଟିଥିଲା।
ମୃତକଙ୍କ ଭାଇ ପୀତବାସ ବେହେରା ଘଟଣା ସଂକ୍ରାନ୍ତରେ କିଶୋରନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଜ୍ବାଇଁକୁ ହତ୍ୟା କରିବା ଅଭିଯୋଗରେ ଶ୍ବଶ୍ବୁର ପ୍ରସନ୍ନ ମୁଣ୍ଡାକୁ କିଶୋରନଗର ପୁଲିସ ଗିରଫ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/murder.jpg)