ନାରାୟଣପାଟଣା: ଜ୍ୱାଇଁର ଛୁରାମାଡ଼ରେରେ ଶଶୁରଙ୍କ ଜୀବନ ଗଲା। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ। ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ ଘଟିଛି ଏହି ଘଟଣା।

Advertisment

ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ରାମଚନ୍ଦ୍ର ଉଲ୍ଲାକା ନିଜ ଆଠ ମାସର ଗର୍ଭବତୀ ଝିଅକୁ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଆଣିଥିଲେ। ଏହାକୁ ନେଇ ଜ୍ବାଇଁ ରାଗିଯାଇ ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ତାଙ୍କର ପ୍ରାଣହାନି ଘଟିଥିଲା। ନାରାୟଣପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।