କଣ୍ଟାବାଞ୍ଜି:ବାଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ୱଶୁର ଘର ଗାଁରେ ଜ୍ୱାଇଁ ନିଜ ଜୀବନ ନେଇଥିବା ଭଳି ଏକ ଘଟଣା ଘଟିଛି ଖୁଟୁଲୁମୁଣ୍ଡା ଗାଁରେ। ସାଲେପଡା ଗାଁର ଲମ୍ବୋଦର ବାଗ ବୟସ ପଖାପଖି ୬୫ବର୍ଷ ହେବ ସେ ଗତ ୪ ଦିନ ହେବ ଖୁଟୁଲୁମୁଣ୍ଡାରେ ନିଜ ଶ୍ୱଶୁର ଘରକୁ ଆସିଥିଲେ।
ଗାଁରେ ଗତକାଲି ଲମ୍ବୋଦର ଶ୍ଵଶୁର ଘରୁ ବାହାରି ଥିବା ବେଳେ ଗୁରୁବାର ସକାଳୁ ଗାଁର ଏକ ଆମ୍ବ ବଗିଚାରେ ଲମ୍ବୋଦର ବାଗଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। କଣ୍ଟାବାଞ୍ଜି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ବେଳେ।
ମୃତ ଲମ୍ବୋଦର ବାଗଙ୍କର ମାନସିକ ଅବସ୍ଥା ଠିକ ନଥିବା ବେଳେ ସେ ଗତ ରାତିରୁ କୁଆଡେ ପଳାଇ ଯାଇଥିଲେ ବୋଲି ଶ୍ବଶୁର ଘର ଲୋକେ କହିଛନ୍ତି। ଲମ୍ବୋଦରଙ୍କ ପରିବାର ଲୋକେ ଏନେଇ କାହାକୁ ସନ୍ଦେହ କରୁ ନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/18/son-in-laws-body-found-hanging-in-father-in-laws-house-2025-09-18-13-28-40.jpg)