କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ମର୍ଜିତାପୁର ପଞ୍ଚାୟତରେ ବାପାମାଆଙ୍କ ପରେ ଏବେ ପୁଅ ସରପଞ୍ଚ ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯୁବ ଇଂଜିନିୟର ସୁନିଲ କୁମାର ସାହୁ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Advertisment

୨୦୧୨ ପଞ୍ଚାୟତ ନିର୍ବାଚନରେ ସୁନିଲଙ୍କ ବାପା ସୁବାସ ସାହୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୭ ନିର୍ବାଚନରେ ସୁନିଲଙ୍କ ମାଆ ନିର୍ମଳା ସାହୁ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ପୁଅ ସୁନିଲ ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ପଞ୍ଚାୟତ ସରପଞ୍ଚ ପଦବି ପାଇଁ ଅଣସଂରକ୍ଷିତ ଥିବାବେଳେ ଏଠାରେ ସର୍ବାଧିକ ୭ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।