ଛତ୍ରପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅତିରିକ୍ତ ଜିଲ୍ଲା ଦୌରାକୋର୍ଟରେ କୌଣସି କାରଣ ନେଇ ଓକିଲଙ୍କ ସହ କଥାବାର୍ତ୍ତା ହୋଇ ଫେରୁଥିବା କବିସୂର୍ଯ୍ୟନଗର କେ.ଖରିଡା ଗ୍ରାମର ଦିପୁ ପାତ୍ରଙ୍କୁ ଅପହରଣ କରାଯାଇଥିଛି । ୨୪ ଘଣ୍ଟାରୁ ଅଧିକା ସମୟ ବିତି ଯାଇଥିଲେ ସୁଦ୍ଧା ପୁତ୍ର ଦିପୁର ସନ୍ଧାନ ମିଳିନାହିଁ କିମ୍ବା ପୁଲିସ ଦିପୁର କୌଣସି ଖୋଜ୍ ଖବର ବାହାର କରିପାରିନାହିଁ ।
ଆଜି ସନ୍ଧ୍ୟାରେ ବାଧ୍ୟ ସାନପୁଅକୁ ଧରି ମାଆ ଅଲେଖା ପାତ୍ର ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛି। ବଡଭାଇ ଦିପୁକୁ ନିସ୍ତୁକ ମାଡ ମାରୁଥିବା ନେଇ ଭିଡିଓ ଓ ଫଟୋ ମୋର ମୋବାଇଲକୁ ପଠାଯାଇଛି ବୋଲି ଦିପୁର ସାନଭାଇ ଏସ୍ପିଙ୍କୁ ଜଣାଇଥିଲେ। ବର୍ତ୍ତମାନ ପରିସ୍ଥିତି ମୋର ପୁତ୍ରର ଜୀବନ ପ୍ରତି ବିପଦ ଥିବାବେଳେ କିପରି ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ଏସ୍ପିଙ୍କୁ ମାଆ ଅଲେଖା ଗୁହାରି କରିଛନ୍ତି। ପୁରୁଷୋତ୍ତମ ଏସ୍ଡିପିଓ ଓ କୋଦଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଖୁବ୍ ଶୀଘ୍ର ଦିପୁକୁ ସୁରକ୍ଷିତ ଖୋଜି ବାହାର କରାଯିବ ବୋଲି ପରିବାରକୁ ଏସ୍ପି ପ୍ରତିଶ୍ରୁତି ଦେଇଥିଲେ।