ଛତ୍ରପୁର : ପାରିବାରିକ କଳହରୁ ବାପାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛି ପୁଅ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସୁନ୍ଦରପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି, ପାଣ୍ଡବ ମହାଙ୍କୁଡ଼ (୬୦)।

Advertisment

ଆଜି ଅପରାହ୍ନ ୨ଟା ବେଳେ ପାଣ୍ଡବ ଘରେ ଶୋଇଥିବା ସମୟରେ ସଞ୍ଜୟ ତାଙ୍କ ବେକକୁ ଖଣ୍ଡାରେ ହାଣିଦେଇଥିଲା। ଫଳରେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ପହଞ୍ଚି ସଞ୍ଜୟକୁ କାବୁକରି ପୁଲିସକୁ ହସ୍ତାନ୍ତର କରିଥିଲେ। ବିଭିନ୍ନ ସମୟରେ ବାପପୁଅଙ୍କ ମଧ୍ୟରେ କଳହ ହେଉଥିଲା। ଫଳରେ, ସଞ୍ଜୟ ଆଜି ଉତ୍‌କ୍ଷିପ୍ତ ହୋଇ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ଯେ ମୃତ ପାଣ୍ତବ ଏକ କୁକୁଡ଼ା ଫାର୍ମରେ ରାତ୍ର ଜଗୁଆଳି ଭାବେ କାମ କରୁଥିଲେ।