ମଦ୍ୟପ ବାପାକୁ ଗଳା କାଟି ହତ୍ୟା କଲା ପୁଅ

ବୌଦ୍ଧ : ବାପାର ଗଳା କାଟି ହତ୍ୟା କରିଛି ପୁଅ। ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ। ଗତ ଗୁରୁବାର ରାତି ପ୍ରାୟ ୧୧ଟାରେ ସରଣ୍ଡା ଗାଁର ଆଶିଷ ପାତ୍ର (୨୨) ନିଜ ବାପା ସଦାଶିବ ପାତ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କଠୁ ଖବର ପାଇ ପୁଲିସ ଅଭିଯୁକ୍ତ ଆଶିଷକୁ ଗିରଫ କରିଛି।

ସଦାଶିବ ମଦ ପିଇ ତାଙ୍କ ସ୍ତ୍ରୀ ଦଶମନ୍ତୀ (୪୦)ଙ୍କୁ ମାରପିଟ କରୁଥିଲେ। ବାପାଙ୍କ ଏଭଳି ଆଚରଣକୁ ପୁଅ ବିରୋଧ କରିଥିଲା। ଫଳରେ ବାପା ପୁଅ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆଶିଷ ଏକ ଛୁରିରେ ସଦାଶିବଙ୍କ ପେଟରେ ଦୁଇ ଥର ଭୁସି ଦେଇଥିଲା। ସଦାଶିବ ଚଟାଣରେ ଟଳି ପଡିଥିଲେ। ଏହପରେ ଆଶିଷ ବାପାର ଗଳାକୁ କାଟି ଦେଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଆଶିଷକୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକା‌ରୀ ତପସ୍ବିନୀ କଁହର କହିଛନ୍ତି।

ସମ୍ବନ୍ଧିତ ଖବର