ଦେବଗଡ଼: ନୂଆବର୍ଷରେ ପୁଅର ଅମାନବୀୟକାଣ୍ଡ। ନୂଆବର୍ଷ ପାଳନ ପାଇଁ ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମରେ। ପୁଅର ଛୁରାମାଡ଼ରେ ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ହେଲେ ରତ୍ନାକର ପ୍ରଧାନ(୭୦)। ଅଭିଯୁକ୍ତ ପୁଅ ଦୁର୍ଯ୍ୟୋଧନକୁ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରୁ କାବୁ କରିଛି।

Advertisment

publive-image

ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଆଜି ବାପା ରତ୍ନାକରଙ୍କୁ ମଦପିଇବା ପାଇଁ କିଛି ଟଙ୍କା ମାଗିଥିଲା। କିନ୍ତୁ ରତ୍ନାକର ପୁଅକୁ ଟଙ୍କା‌ ଦେବା ପାଇଁ ମନା କରିଦେଇଥିଲେ। ଉଭୟ ବାପା ଓ ପୁଅଙ୍କର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଦୁର୍ଯ୍ୟୋଧନ ଉତ୍ତେଜିତ ହୋଇ ବାପାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ରତ୍ନାକରଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଆଇଆଇସି ସୁରେନ୍ଦ୍ର ନାୟକ ସଦଳବେଳେ ଘଟଣା ସ୍ଥଳରେ ପହଂଚିଛନ୍ତି। ‌ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିବା ସହ ବ୍ୟବଛେଦ ପାଇଁ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।