ବୀରମହାରାଜପୁର/ଉଲୁଣ୍ଡା : ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମହଦା ପଞ୍ଚାୟତ ପାଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଁର ସୁରଲି ତସା ଓ ତାର ପୁଅ ରାଜା ଇଟା ପକାଇବାକୁ ଯାଇଥିଲେ। ସେଠାରେ ବାପ ପୁଅ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ପୁଅ ରାଜା ବାପା ସୁରଲିକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ସୁରଲିଙ୍କ ଜୀବନ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଏହାପରେ ପୁଅ ବାପାର ଶବ କେଉଁଠାରେ ପୋତି ଫେରାର ହୋଇଯାଇଛି।
ଖବର ପାଇ ବୀରମହାରାଜପୁର ପୁଲିସ୍ ପାଲି ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ୍ ପାଇନାହିଁ। ଏପରିକି ଏହି ଘଟଣାରେ ମୃତକଙ୍କ ପରିବାର ତରଫରୁ କୌଣସି ଲିଖିତ ଅଭିଯୋଗ ମଧ୍ୟ ହୋଇନାହିଁ। ପୁଲିସ୍ ଭୟରେ ପାଲି ଗାଁ ଏବେ ପୁରୁଷ ଶୂନ୍ୟ ହୋଇଛି। ପୁଲିସ୍ ତଦନ୍ତ ପରେ ହିଁ ସମସ୍ତ କଥା ଜଣାପଡ଼ିବ। ମଙ୍ଗଳବାର ମାଜିଷ୍ଟ୍ରେଟ୍ଙ୍କ ସହାୟତାରେ ଘର ଯାଞ୍ଚ୍ କରାଯିବା ପରେ ସତ୍ୟତା ଜଣାପଡ଼ିବ ବୋଲି ଏସ୍ଡିପିଓ ଧୀରଜ ଚୋପଦାର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/dead-1.jpg)