ମା’କୁ ହତ୍ୟାକଲା ମାତାଲ ପୁଅ

ଲେଫ୍ରିପଡ଼ା : ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ମନଭୋଳାପଡ଼ାର ଲଡୁ ବାର୍ଲାଙ୍କ ପୁଅ ଇଂରାଜୀ ବାର୍ଲା (୩୦) ଗତକାଲି ରାତିରେ ମାଆ ଉକିଆ ବାର୍ଲା(୬୫)ଙ୍କୁ ଇଟାରେ ଛେଚି ହତ୍ୟା କରିଛି। ଇଂରାଜୀ ସବୁବେଳେ ମଦପିଇ ନିଜ ସ୍ତ୍ରୀ ସହିତ ଝଗଡ଼ା କରୁଥିବାରୁ ସେ ଗତ ୬ ମାସ ହେଲା ସେ ତାଙ୍କ ବାପଘରକୁ ଚାଲିଯାଇଛନ୍ତି। ଏଣୁ ପତ୍ନୀକୁ ବୁଝାସୁଝା କରିଆଣିବା ଏବଂ ମଦପିଆ ବନ୍ଦ କରିବାକୁ ଇଂରାଜୀକୁ ତାର ବାପାମାଆ ବୁଝାସୁଝା କରିବାରୁ ଓଲଟା ସେମାନଙ୍କ ସହିତ ମାରପିଟ୍ ଓ ଝଗଡ଼ା କରିଥିଲା।

ଫଳରେ ବୃଦ୍ଧ ବାପାମା’ ଗ୍ରାମରେ ଥିବା ସଂପର୍କୀୟ ଭଉଣୀ ଘରକୁ ଚାଲିଯାଇ ସେଠାରେ ରହୁଥିଲେ। ଗତକାଲି ରାତିରେ ମାତାଲ ଅବସ୍ଥାରେ ଇଂରାଜୀ ମାଆ ଉକିଆଙ୍କୁ ଶୋଇଥିବା ଅବସ୍ଥାରେ ଘର ଭିତରୁ ବାହାରକୁ ଟାଣି ଆଣି ଛାତିକୁ ଏକ ଇଟାରେ ବାଡ଼େଇବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଆଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ପଠାଇଛି। ପୁଲିସ ଲେଫ୍ରିପଡ଼ା ଥାନାରେ କେସ୍‌ ନମ୍ବର ୩୦୨ ରୁଜୁକରି ଅଭିଯୁକ୍ତ ଇଂରାଜୀକୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ। ଲେଫ୍ରିପଡ଼ା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର