କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ। ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ନିଜ ହାତରେ ଧ୍ବଂସ କଲା ପୁଅ। ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହତ୍ୟାକଲା ପୁଅ। ଏପରି ଘଟଣା ଘଟିଛି କଟକ ସହରର ଶ୍ରୀବିହାର କଲୋନୀରେ। ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ। ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି। ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୁଲିସ।
ସୂଚନା ଅନୁସାରେ କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଛି। ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।
ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସମ୍ପତ୍ତି ପାଇଁ ମଆକୁ ମାରିବାକୁ ପଛାଇଲାନି ଜନ୍ମକଲା ପୁଅ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/samp.jpg)