ମା’ଙ୍କ ଆଖି ଆଗରେ ସମୁଦ୍ରରେ ଭାସିଗଲେ ୧୪ ବର୍ଷୀୟ ପୁଅ

ପାରାଦ୍ୱୀପ: ପାରାଦ୍ଵୀପ ଭୋସକାଲିସ ପଏଣ୍ଟ ସମୁଦ୍ର ନିକଟରେ ଭାସିଗଲେ ଜଣେ ଛାତ୍ର। ନିଜ ପରିବାର ସହିତ ବୁଲିବାକୁ ଯାଇଥିବା ବେଳେ ଘଟିଛି ଏଭଳି ଅଘଟଣ। ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ପଂଚାୟତ ତ୍ରିଲୋଚନପୁର ଗ୍ରାମର ଅଶୋକ ପ୍ରଧାନଙ୍କ ୧୪ ବର୍ଷୀୟ ପୁଅ ସିଦ୍ଧାନ୍ତ ନିଜ ମା’ଙ୍କ ସହିତ ସମୁଦ୍ର ପାଖକୁ ବୁଲିବାକୁ ଯାଇଥିଲା ବେଳେ, ସମୁଦ୍ର ଜୁଆରର ଆଣ୍ଠୁଏ ପାଣିରେ ଖେଳୁଥିଲେ।

ହଠାତ୍‌ ସାମୁଦ୍ରିକ କରେଣ୍ଟ ଯୋଗୁଁ ସେ ସମୁଦ୍ର ଭିତରକୁ ଟାଣି ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ, ପାରାଦ୍ୱୀପ କୋଷ୍ଟଗାର୍ଡ ର ଏକ ଟିମ, ଅଭୟଚାନ୍ଦପୁର ଥାନା ଅଧିକାରୀ ଓ ଜଟାଧାରୀ ମୂହାଣ ସାମୁଦ୍ରିକ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି। ତେବେ ସନ୍ଧ୍ୟା ହୋଇଯିବାରୁ ସମୁଦ୍ର ମଧ୍ୟରେ ଖୋଜିବା ଅସମ୍ଭବ ହେବାରୁ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର