ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୋରିଆଁ କାଳିସାହିରେ ସଂପତ୍ତି ଲୋଭରେ ବାପାକୁ ପୁଅ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, କାଳିସାହିର ତ୍ରିଲୋଚନ ପ୍ରଧାନ(୬୫)ଙ୍କୁ ତାଙ୍କ ବଡ଼ପୁଅ ପ୍ରକାଶ ପ୍ରଧାନ ଟଙ୍କା ମାଗିଥିଲେ। ହେଲେ ତ୍ରିଲୋଚନ ତାଙ୍କୁ ଟଙ୍କା ଦେଇନଥିଲେ। କିନ୍ତୁ ସାନପୁଅ ଦୀପକକୁ ଏକ ଦାମୀ ମୋଟର ସାଇକେଲ୍ କିଣିବାକୁ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ବଡପୁଅ ପ୍ରକାଶ ତ୍ରିଲୋଚନଙ୍କୁ ମାରପିଟ କରିଥିଲା। ଏତିକିରେ ପ୍ରକାଶର କ୍ରୋଧ ଶାନ୍ତ ହୋଇନଥିଲା। ଏକ ଧାରୁଆ ବ୍ଲେଡ୍ରେ ନିଜ ବାପାଙ୍କ ବେକକୁ କାଟି ଦେଇଥିଲା। ପରେ ପଥରରେ ଛେଚି ହତ୍ୟା କରିଥିଲା।
ଆଜି ସକାଳେ ବାପାଙ୍କ ଶବକୁ ସେ ସାହି ନିକଟସ୍ଥ ପଥରଖାଇକୁ ଦାହ କରିବାକୁ ନେଉଥିବା ବେଳେ ଖବର ପାଇ ଟାଉନ୍ ଥାନା ପୁଲିସ୍ ସେଠାରେ ଚଢଉ କରି ଶବକୁ ଜବତ କରିଥିଲା। ଏହି ଘଟଣାରେ ସଂପୃକ୍ତ ବଡ଼ପୁଅ ପ୍ରକାଶ ଏବଂ ମୃତକଙ୍କ ସାନଭାଇ ବୀର ପ୍ରଧାନଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଏ ସଂପର୍କରେ କେସ୍ ନମ୍ବର ୭୧/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/murder-knif.jpg)