ପାଟଣାଗଡ଼: ଶୋଇଥିବା ଅବସ୍ଥାରେ ମା’ଙ୍କୁ ଜିଅନ୍ତା ଜାଳି ଦେଇଛି ପୁଅ। ଏଭଳି ଏକ ନୃଶଂସ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ଥାନା ଅନ୍ତର୍ଗତ ରାଢ଼ବାହାଲ ଗାଁର ସନ୍ତୋଷ ଖରସେଲ (୪୨) ଶନିବାର ସକାଳ ୫ଟାରେ ପାରିବାରିକ କଳହକୁ କେନ୍ଦ୍ର କରି ତା’ର ବାପା ରୂପୀ ଖରସେଲ (୮୦)ଙ୍କୁ ଠେଙ୍ଗାରେ ବାଡ଼େଇଥିଲା। ରୂପୀ ଘରୁ ପଳାଇ ଯାଇ ଗାଁ ଲୋକଙ୍କୁ ଡାକିଥିଲେ। ଏହି ସମୟ ମଧ୍ୟରେ ସନ୍ତୋଷ ସତେ େଯମିତି ପିଶାଚ ପାଲଟି ଯାଇଥିଲା। ଘରେ ଶୋଇଥିବା ତା’ର ମା’ ଆଶାମତୀ ଖରସେଲ (୭୫)ଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ତେବେ ସେତେବେଳକୁ ଆଶାମତୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ ସଂପର୍କରେ ବେଲପଡ଼ା ପୁଲିସ ଏକ ହତ୍ୟା ମାମଲା (କେସ୍ ନଂ ୧୦୪/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର୍ ଥିବା ଅଭିଯୁକ୍ତ ସନ୍ତୋଷକୁ ପୁଲିସ କାବୁ କରିଛି। ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ, ସନ୍ତୋଷ ତାମିଲନାଡ଼ୁକୁ ଇଟା ଗଢ଼ିବାକୁ ଯାଇଥିଲା। କିଛିଦିନ ହେଲା କୌଣସି କାରଣରୁ ସେଠାରୁ ସେ ପଳାଇ ଆସିଥିଲା ଓ ତା’ର ମାନସିକ ସ୍ଥିତି ଠିକ୍ ନଥିଲା।
ପିଶାଚ ପୁଅ, ମା’ଙ୍କୁ ଜିଅନ୍ତା ଜାଳିଦେଲା
/sambad/media/post_attachments/wp-content/uploads/2019/06/burn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)