ଗୁଣପୁର: ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗଙ୍କ ନିଖୋଜ ପୁତ୍ର ଆଶୁତୋଷ ଗମାଙ୍ଗ (୪୦) କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଠାବ ହୋଇଥିବା ଜଣାପଡିଛି। ଆଶୁତୋଷ ସୁସ୍ଥ ଏବଂ ସୁରକ୍ଷିତ ଭାବେ ରହିଥିବା ବେଳେ ପରିବାର ସଦସ୍ୟ ପହଁଚିଛନ୍ତି।
ସୂଚନାଯୋଗ୍ୟ ଯେ ଆଶୁତୋଷ ସପରିବାର ସହ ରାୟଗଡାରେ ରହୁଥିବା ବେଳେ ଗତ ୮ତାରିଖ ସକାଳ ୫ଟାରେ ସେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଆଶୁତୋଷଙ୍କ ସନ୍ଧାନ ନ ପାଇବାରୁ ତାଙ୍କ ପତ୍ନୀ ଭସାଇ ଶବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିଦିନୁ ପରିବାର ସମସ୍ତ ସଦସ୍ୟ ବିବ୍ରତ ହୋଇ ପଡ଼ିଥିଲେ।
ତେବେ ଆଜି କୋରାପୁଟ ଜିଲା ମାଛକୁଣ୍ଡ-ଲମତାପୁଟ ମଧ୍ୟରେ ଥିବା ଗୁନେଇଗୁଡା ଛକରେ ଠାବ ହୋଇଥିବା ବେଳେ ଲମତାପୁଟ ପୁଲିସ ଏସଆଇ କ୍ରିଷ୍ଣା ମିଶ୍ର ଘଟଣାର ତଦନ୍ତ କରି ଆଶୁତୋଷକୁ ପଚରାଉଚରା ଜାରି ରଖିହିଛନ୍ତି। ପ୍ରାଥମିକ ତଦନ୍ତରୁ ଆଶୁତୋଷଙ୍କୁ ରାୟଗଡ଼ାରୁ କିଛି ମୁଖା ପିନ୍ଧା ବ୍ୟକ୍ତି ଉଠେଇ ନେଇଯାଇଥିବା ବେଳେ ଗୁନେଇ ଗୁଡା ଜଙ୍ଗଲରେ ଛାଡି ଦେଇଥିବା ପୁଲିସକୁ ସୂଚନା ଦେଇଥିବା ଜଣାପଡିଛି। ତେବେ ପରିବାର ସଦସ୍ୟ ସେଠାରେ ପହଂଚିବା ପରେ ସବିଶେଷ ଘଟାଣ ଜଣାପଡିବ ବୋଲି ଖବର ହସ୍ତଗତ ହୋଇଛି।