କୋମନା: ବୃଦ୍ଧା ମାଙ୍କୁ ବଞ୍ଚାଇଵା ପାଇ କୂଅକୁ ଡେଇଁଲା ପୁଅ ଏବଂ ମାକୁ ନୂଆଜୀବନ ଦେଇଛି। ମିଳିଥିଵା ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ଵ୍ଳକ ସଦର ମହକୁମାର ଵଙ୍ଗଲାପଡାର ଶଶିପ୍ରଭା ପାଣିଗ୍ରାହୀ ନାମକ ଜଣେ ୭୦ ଵର୍ଷୀୟା ବୃଦ୍ଧା ଶନିଵାର ସକାଳେ ଥଣ୍ତା ଯୋଗୁ ସୁର୍ଯ୍ୟକିରଣ ପଡୁଥିଵା ନିଜ ଵାଡିରେ ଥିଵା କୂଅର ଚାନ୍ଦିନିରେ ଵସିଥିଵା ଵେଳେ ଅସାଵଧାନତା ହେତୁ କୂଅ ଭିତରକୁ ପଡ଼ିଯାଇଥିଲେ।
/sambad/media/post_attachments/wp-content/uploads/2022/01/nua-300x300.png)
୨୦ ଫୁଟରୁ ଅଧିକ ଗଭୀର ଏହି କୂଅ ପଡ଼ି ଯାଇଥିବା ଦେଖି ପାଖରେ ଥିଵା ତାଙ୍କର ଏକମାତ୍ର ପୁଅ ସତ୍ୟ ନାରାୟଣ ପାଣିଗ୍ରାହୀ (୪୦) କୂଅ ଭିତରକୁ ଡେଇଁଥିଲେ। କାଳେ ମା ଅଣନିଶ୍ବାସୀ ହୋଇଯିଵେ ଭାଵି ସାଙ୍ଗେସାଙ୍ଗେ କୂଅ ଭିତରକୁ ଡେଇଁପଡି ମାକୁ ଧରି ରହିଥିଲେ। କିନ୍ତୁ ଉପରକୁ ଉଠିପାରୁ ନଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମଵାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା ଓ ପୁଅଙ୍କୁ ସୁରକ୍ଷିତତ ଭାଵରେ ଉଦ୍ଧାର କରିଥିଲେ। ଏବେ ଦୁହେଁ ସୁସ୍ଥ ଅଛନ୍ତିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/nuapad.jpg)