ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ବିବାଦରେ । ସୋନା ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ତଥା ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଜଣାଣ ‘ଆହେ ନୀଳଶୈଳ..’କୁ ଭିନ୍ନ ଢଙ୍ଗରେ ଗାଇବା ସହିତ ଭଜନର କେତେକ ଶବ୍ଦକୁ ବିକୃତ ଭାବେ ଉଚ୍ଚାରଣ କରିଛନ୍ତି । ଫଳରେ ସେ ବିବାଦ ଘେରକୁ ଆସିଛନ୍ତି । ଯେପରିକି ସାଲବେଗକୁ ‘ସାଲେବେଗ’, ମତ୍ତକୁ ‘ମାତ୍ତ’, ଚରଣକୁ ‘ଚରଣେ‘, ଶ୍ରୀଅଙ୍ଗକୁ ‘ଛିରଙ୍ଗା’ ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲ ଭାବରେ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।
ପୂର୍ବରୁ ମଧ୍ୟ ବହୁଚର୍ଚ୍ଚିତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ..’କୁ ଆଧିନିକ ଶୈଳୀରେ ପରିବେଷଣ କରି ସୋନା ବିବାଦ ଘେରକୁ ଆସିଥିଲେ। ‘ରଙ୍ଗବତୀ..’ର ସ୍ବର ଓ ଭାଷାକୁ ସେ ବିକୃତ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଥିସହ ସେ ‘ରଙ୍ଗବତୀ..’ର ମୂଳ ଗାୟକ ଓ .ଲେଖକଙ୍କ ଅନୁମତି ନେଇ ନ ଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ସୋନା ଜଣେ ଜଣାଶୁଣା ଗାୟିକା। ସେ ଦେଶବିଦେଶର ଅନେକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । ଏଥିସହ ସେ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି।
Headlining the @PaddyFieldsFest & here’s an ode to my roots in #Odisha .
Ahe Nilo Soilo is a transcendental song & everyone on #SonaLive feels the magic of this creation when we perform it. ? pic.twitter.com/8r9BfzNY8V— SONA (@sonamohapatra) June 16, 2018
ସୋନାଙ୍କ ଏହି ଗୀତକୁ ବିରୋଧ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ପିଙ୍କି ଏହାକୁ ନେଇ ଟ୍ୱିଟ ବି କରିଛନ୍ତି । ଗୀତକୁ କଦର୍ଥ ନ କରିବାକୁ ସେ ଟ୍ୱିଟରେ ଲେଖିଛନ୍ତି । ଗୀତକୁ ସୁଧାରିବାକୁ ସେ ଟ୍ୱିଟରରେ ସୋନାଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ରଙ୍ଗବତୀ ଓ ଏକ ସୁଫି ଗୀତକୁ ନେଇ ବି ବିବାଦରେ ରହିଥିଲେ ସୋନା ମହାପାତ୍ର ।
Dear @sonamohapatra we adore you for ur talent & success across the country but plz stop shaming us as an #Odia across the whole globe. ?? #Odisha @PaddyFieldsFest @kanak_news @OdiaCulture @otvnews https://t.co/edpKCwvNGj
— Pinky Pradhan (@pinkyp_actor) June 18, 2018