ଭୁବନେଶ୍ୱର: ଭକ୍ତ ସାଲବେଗଙ୍କ ଲିଖିତ ଲୋକପ୍ରିୟ ଓଡ଼ିଆ ଜଣାଣ ‘ଆହେ ନୀଳଶୈଳ’କୁ ଗାୟିକା ସୋନା ମହାପାତ୍ର ବିକୃତ କରି ଗାଇବା ପରେ ଭାଷା ପ୍ରେମୀ, ଜଗନ୍ନାଥ ପ୍ରେମୀ ତଥା ସାରା ଓଡ଼ିଶାର ସଂସ୍କୃତିକୁ ଏହା ଆଘାତ ଦେଇଛି। ଦୁଇ ଦିନ ହେବ ସୋସିଆଲ୍ ମିଡ଼ିଆରେ ସୋନାଙ୍କ ବିରୋଧରେ ନିଆଁ ଜଳୁଥିବା ବେଳେ ଏହା ତାଙ୍କ ଉପରେ ତିଳେ ବି ପ୍ରଭାବ ପକାଇନାହିଁ ବରଂ ସୋନା ଆହୁରି ଦମ୍ଭର ସହ ଟୁଇଟ୍ କରିଛନ୍ତି କି ‘ମୁଁ ଆଦୌ ଅନୁତପ୍ତ ନୁହେଁ। ଏମିତି ଗୀତ ଗାଇ ଚାଲିଥିବି।’
Dear Odisha & Media,
Did you notice that in the ‘Ahe Nila Saila’ performance I wear a hand crafted,traditional Odishi dancers belt of silver & filigree jewelry that is also a dying art & handicraft from Odisha because most of you prefer ‘modern’ generic jewelry? #LalPariMastani pic.twitter.com/yhwTQA27tE— SONA (@sonamohapatra) June 19, 2018
Dear Custodians of Culture & Tradition,
Did you note that I have decorated my forehead with the white chandan handwork in the Ahe Nila Saila performance?This pays an ode to tradition. Also of no worth to you. ? (2) #Odisha #Outrage #Culture #Conversations #Change #Evolution pic.twitter.com/8J9rafZNzu— SONA (@sonamohapatra) June 19, 2018
Dear Odisha ,
That I am adorning a Kotpad weave in the Nila Saila Video has been missed by you?This Handloom & weave is a dying lot with no patrons. Most of you prefer to wear factory made, poly blends & orher ‘modern’ material. How about saving this part of our culture. ? 1 pic.twitter.com/JAUJjV7ihy— SONA (@sonamohapatra) June 19, 2018
କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଓଡ଼ିଆ ଜଣାଣକୁ ଭୁଲ୍ ଉଚ୍ଚାରଣ କରିବା ସହ ବିକୃତ ଶୈଳୀରେ ଗାଇ ସୋନା ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ ମହଲରେ ସମାଲୋଚନନାର ପାତ୍ରୀ ହୋଇଛନ୍ତି। ବିଶିଷ୍ଟ ସାହିତ୍ୟିକ କେଦାର ମିଶ୍ର ସୋନାଙ୍କୁ ପ୍ରତିବାଦ କରି ଟୁଇଟର୍ରେ ଲେଖିଛନ୍ତି, ‘ନାଗରିକ ହିସାବରେ ଜଣକର ସବୁକିଛି କରିବାର ଅଧିକାର ଅଛି। ମାତ୍ର ଭାଷା ଓ ସଂସ୍କୃତିକୁ ଆଘାତ ଦେବାର କୌଣସି ଅଧିକାର ନାହିଁ। ଓଡ଼ିଆକୁ ଆପଣ ଲଗାତର ଭାବେ ଅସମ୍ମାନ କରୁଛନ୍ତି।’ ସେହିପରି ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ସୋନାଙ୍କ ବିପକ୍ଷରେ ଲେଖିଛନ୍ତି କି ‘ ସ୍ପଷ୍ଟ ଦିବାଲେୋକରେ ଏକ ମହାନ ସଂଗୀତକୁ ଦୁଷ୍କର୍ମ କଲା ଭଳି କଥା। ପ୍ରଭୁ ଜଗନ୍ନାଥ ଏହାର ବିଚାର କରିବେ।’ଏହି ସବୁ ଟୁଇଟ୍ ପରେ ସୋନା ଯେଉଁଭଳି ଭାବେ ବେପରୁଆ ମତ ରଖିଛନ୍ତି ତାହା ଓଡ଼ିଆ ପ୍ରେମୀଙ୍କ ଭିତରେ ଆହୁରି କ୍ଷୋଭ ସୃଷ୍ଟି କରିଛି।
ଏପଟେ ସୋନା ଓଡ଼ିଶା ସଂସ୍କୃତିକୁ ସମ୍ମାନ କରନ୍ତି ବୋଲି ସଫେଇ ଦେଇ ଟୁଇଟ୍ରେ ଲେଖିଛନ୍ତି କି ‘ମୁଁ ମୋ ମୁଣ୍ଡରେ ଚନ୍ଦନର ଚିତା କରିଛି। ହାତରେ ଓଡ଼ିଶା ନିର୍ମିତ ଚୁଡ଼ି ପିନ୍ଧିଛି। ଅଣ୍ଟାରେ ଓଡ଼ିଶୀ ନୃତ୍ୟର କମରପଟି ପିନ୍ଧିଛି। ଏହା ସବୁ ପ୍ରମାଣ କରୁଛି ଯେ ମୁଁ ମୋ ସଂସ୍କୃତିକୁ ସମ୍ମାନ ଦେଉଛି।’
ଉଲ୍ଲେଖଯୋଗ୍ୟ, ସୋନା ‘ଆହେ ନୀଳଶୈଳ’ ଜଣାଣରେ ମତ୍ତକୁ ମାତ୍ତ, ଜଣାଣକୁ ଜନନ, କରକୁ କଳ, ଘୋରକୁ ଘର, ଜଳେଣକୁ ଜଳେନ, ଉଦ୍ଧାରିଲକୁ ଉଦ୍ଧାରିଲା, ସାଲବେଗଙ୍କୁ ସାଲେବେଗ ଉଚ୍ଚାରଣ କରିଛନ୍ତି।