ଲଣ୍ଡନ ମାରାଥନରେ ଦୌଡ଼ିଲେ ସୋନାଲି

ଭୁବନେଶ୍ବର: ଗତକାଲି ଲଣ୍ଡନ ମାରାଥନରେ ୪୨ କିମିକୁ ୫ଘଣ୍ଟା ୩୫ ମିନିଟ୍‌ରେ ଦୌଡ଼ିଛନ୍ତି ଡ.ସୋନାଲି ମହାନ୍ତି କ୍ୱାଣ୍ଟସ୍‌। ନିଜ ପିତା ଅମିତାଭ ମହାନ୍ତି ଓ ବିଶ୍ବରେ ଶରଣାର୍ଥୀ କ୍ୟାମ୍ପଗୁଡ଼ିକରେ ରହୁଥିବା ଶିଶୁଙ୍କ ଉଦ୍ଦେଶ୍ୟରେ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ। ସେଭ୍ ଦି ଚିଲଡ୍ରେନ୍‌ ଦାତବ୍ୟ ସଂସ୍ଥା ପାଇଁ ସେ ୪ଲକ୍ଷ ଟଙ୍କା ଯୋଗାଡ଼ କରିପାରିଛନ୍ତି। ୬ବର୍ଷର ଯାଁଳା ପିଲାଙ୍କ ମା’ ସୋନାଲି ଏବେ ଏକ ଫାର୍ମା କମ୍ପାନିର ହ୍ୟୁମାନ ଜେନେଟିକ୍ସରେ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର