କଂଗ୍ରେସରୁ ଇସ୍ତଫା ଦେଲେ ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଆଜି ଘଟିଛି। ଆଜି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଦଳ ଛାଡ଼ିଛନ୍ତି।  ନେତୃବୃନ୍ଦଙ୍କୁ ନେଇ ସୋନାଲି ଅସନ୍ତୁଷ୍ଟ ଥିଲେ । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିବା ହେତୁ କଂଗ୍ରେସ ଛାଡ଼ିଥିବାର ସୂଚନା ମିଳିଛି।

ତେବେ ସେ କେଉଁ  ଦଳରେ ଯୋଗ ଦେବେ ତାହା ଜଣାପଡ଼ି ନାହିଁ। ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡ଼ିବା ପରେ ଆଉ ଜଣେ  କଂଗ୍ରେସ ନେତ୍ରୀ ମୁଖପାତ୍ର ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର