ଭୁବନେଶ୍ବର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ମେ’ ମାସର ଶେଷ ଦିନରେ ମଧ୍ୟ ତାପମାତ୍ରାରୁ ନିସ୍ତାର ମିଳିନାହିଁ। ଆଜି ସୋନପୁରରେ ୪୪.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବଳ ସୋନପୁର ନୁହେଁ, ବରଂ ରାଜ୍ୟର ଅନ୍ୟ ୧୮ଟି ସହରରେ ମଧ୍ୟ ପ୍ରବଳ ଖରା ସହ ଗରମ ଅନୁଭୂତ ହୋଇଛି। ୧୮ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିଭଳି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୩ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଦିନର ତାପମାତ୍ରା ୪୦ ଡିଗ୍ରି କିମ୍ବା ଏହାଠାରୁ ଅଧିକ ରହିଛି। ଉପକୂଳବର୍ତ୍ତୀ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍ ଥିଲା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ମାଟିରେ ଆଦ୍ରତା ନ ଥିବାରୁ ଖରାର ପ୍ରଭାବ ଅଧିକ ରହୁଛି।
୪୪.୫ ଡ଼ିଗ୍ରୀ ସହ #ସୋନପୁର ରାଜ୍ୟର ଉତ୍ତପ୍ତ ସହର #୧୮ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ
୪ ସହରରେ ତାପମାତ୍ରା #୪୩ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ pic.twitter.com/9Df5jagOdg
— Meteorological Centre, Bhubaneswar (@mcbbsr) May 31, 2022
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/7e76c6a4-c055-4f2c-af1c-473b0bc37a9d.jpg)